ପୁଟିନଙ୍କ ସ୍ୱୀକାର: ଯୁଦ୍ଧରେ ୧୦ ହଜାରରୁ ଉଦ୍ଧ୍ୱର୍ ସୈନ୍ୟ ପ୍ରାଣ ହରାଇଛନ୍ତି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଢେଇ ଥମିବାର ନା ନେଉନାହିଁ । ରୁଷ ଲଗାତାର ଭାବେ ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କରିଚାଲିଛି । ଅନ୍ୟପକ୍ଷରେ ୟୁକ୍ରେନ ମଧ୍ୟ ରୁଷ ଆଗରେ ମୁଣ୍ଡ ନୁଆଇଁବାକୁ ନାରାଜ । ଅନ୍ୟପକ୍ଷରେ ରୁଷ କ୍ରମାଗତ ମିସାଇଲ ମାଡରେ ରୁଷର ଅନେକ ବଡ ବଡ ସହର ଛାରଖାର ହେବା ଅନେକ ଜନସାଧାରଣଙ୍କ ଜୀବନ ଗଲାଣି । ସେହିପରି ଏହି ଯୁଦ୍ଧରେ ରୁଷ ପ୍ରାୟ ୧୦ ହଜାରରୁ ଅଧିକ ସୈନ୍ୟକ ପ୍ରାଣ ହରାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନ ସରକାର ରୁଷର କ୍ଷୟକ୍ଷତି ନେଇ ନିୟମିତ ଯେଉଁ ସବୁ ରିପୋର୍ଟ ଦେଉଥିଲେ, ତାହା ସତ ବୋଲି ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ୟୁକ୍ରେନ ଅଫିସିଆଲ ଦାବି କରିଥିବା ମୃତାହତ ସଂଖ୍ୟାକୁ ରୁଷର ଜଣେ ଅଧିକାରୀ ଖଣ୍ଡନ କରିଥିଲେ । ୟୁକ୍ରେନ ସରକାର କହିଥିଲେ ଯେ ଯୁଦ୍ଧରେ ରୁଷର ୧୫ ହଜାରରୁ ଅଧିକ ସୈନ୍ୟ ପ୍ରାଣ ହରାଇ ସାରିଲେଣି । ତେବେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଯୁଦ୍ଧରେ ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ ଯବାନ ପ୍ରାଣ ହରାଇବା ସହ ୧୬ ହଜାରରୁ ଅଧିକ ଜଣ ଆହତ ହୋଇଥିବା କହିଥିଲେ ।