ବୀରଭୂମ ହିଂସାକୁ ନେଇ ପଶ୍ଚିମବଙ୍ଗ ବିଧାନସଭାରେ ହଙ୍ଗାମା

ନୂଆଦିଲ୍ଲୀ : ବୀରଭୂମ ହିଂସା ନେଇ ପଶ୍ଚିମବଙ୍ଗ ବିଧାନସଭାରେ ଜୋରଦାର ହଙ୍ଗାମା ହୋଇଛି । ସୋମବାର ବିଧାନସଭାରେ ଟିଏମସି ଓ ବିଜେପି ବିଧାୟକ ମୁହାଁମୁହିଁ ହୋଇଥିଲେ । ପରେ ଏହାକୁ କେନ୍ଦ୍ର କରି ବିଜେପିର ୫ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେସନର ସୋମବାର ଶେଷ ଦିନ ଥିଲା । ସେହିପରି ବୀରଭୂମ ହିଂସା ମାମଲାରେ ବିଜେପି ଯେତେବେଳେ ଆଲୋଚନା ଦାବି କରିଥିଲା ଠିକ ଏହି ସମୟରେ ଟିଏମସି ବିଧାୟକ ନିୟନ୍ତ୍ରଣ ହରାଇ ମାରପିଟ କରିଥିବା ବିଜେପି କହିଛି ।

ଏହି ସମୟରେ ବିଜେପି ବିଧାୟକ ମନୋଜ ତିଗଗାଙ୍କ ସହ ମାରପିଟ କରାଯାଇଥିଲା । ହଙ୍ଗାମା ବଢିବାରୁ ବିଜେପି ସଦନରୁ ଚାଲି ଯାଇଥିଲେ । ଏହି ଆକ୍ରମଣ ସମୟରେ ଟିଏମସି ବିଧାୟକ ଅସିତ ମଜୁମଦାର ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ବିଧାନସଭାରୁ ବାହାରି ବିଜେପି ବିଧାୟକ ବାହାରେ ମଧ୍ୟ ପ୍ରଦର୍ଶନ କରିଥିଲେ ।