ପୁଣି ଗୋଆର ମଙ୍ଗ ସମ୍ଭାଳିବେ ପ୍ରମୋଦ ସାୱନ୍ତ

ଗୋଆ: କ୍ରମାଗତ ଭାବେ ଦ୍ୱିତୀୟଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ । ସାୱନ୍ତଙ୍କୁ ରାଜ୍ୟପାଳ ପୀ ଏସ ଶ୍ରୀଧରଣ ପିଲ୍ଲଇ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅଧ୍ୟକ୍ଷ ଜେପି ନଡ୍ଡା ଓ ମହାରାଷ୍ଟ୍ର ପୂବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସହ ଅନେକ ନେତା ଉପସ୍ଥିତ ରହିଥିଲେ ।

ସେହିପରି ପ୍ରମୋଦ ସାୱନ୍ତ ତୃତୀୟଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ବିଧାନସଭାର ପୂର୍ବତନ ବାଚସ୍ପତି ମଧ୍ୟ ଥିଲେ । ୨୦୧୭ରେ ବିଧାନସଭା ଅଧ୍ୟକ୍ଷ ଭାବେ ସାୱନ୍ତଙ୍କୁ ଚୟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ୨୦୧୯ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।