ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ତାଙ୍କ ଭାରତୀୟ ଗର୍ଲଫ୍ରେଣ୍ଡ ବିନୀ ରମନଙ୍କୁ ମାର୍ଚ୍ଚ ୧୮ରେ ବିବାହ କରିଥିଲେ । ହେଲେ ସେ ବିବାହ ଈସାଇ ରତିନୀତି ଅନୁସାରେ ହୋଇଥିଲା । ଅନ୍ୟପକ୍ଷରେ ମ୍ୟାକ୍ସୱେଲ-ବିନୀ ତାମିଲ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓରେ ମ୍ୟାକ୍ସୱେଲ ଫୁଲମାଳା ହାତରେ ଧରି ନାଚୁଥିବାର ଦେଖିବାକୁ ମିଳିଛ । ସେହିପରି ଏହି ବିବାହ କାର୍ଯ୍ୟକ୍ରମରେ କ୍ରିକେଟରଠୁ ଆରମ୍ଭ କରି ଆଇପିଏଲ ଟିମ ପର୍ଯ୍ୟନ୍ତ ସମସ୍ତେ ଉଭୟଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି ।