ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା । ଦରବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ୩ ପ୍ରତିଶତ ଡିଏ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି ।
ସେହିପରି ପେନସନଭୋଗୀଙ୍କ ଡିଏ ମଧ୍ୟ ୩ ପ୍ରତିଶତ ବୃଦ୍ଧି ହୋଇଛି । ୩ ପ୍ରତିଶତ ବୃଦ୍ଧି ପରେ ବେସିକ ପେ’ର ୩୪ ପ୍ରତିଶତ ମିଳିବଫ ବର୍ଦ୍ଧିତ ୩ ପ୍ରତିଶତ ଡିଏ ଅତିରିକ୍ତ ଇନଷ୍ଟାଲମେଣ୍ଟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବର୍ଦ୍ଧିତ ଦରମା ୨୦୨୨ ଜାନୁଆରୀ ୧ରୁ ପିଛିଲା ଭାବେ ଦେବାକୁ କୁହାଯାଇଛି । ଏହି ବର୍ଦ୍ଧିତ ଦରମା ଫଳରେ ୪୭.୬୮ ଲକ୍ଷ କର୍ମଚାରୀ ଓ ୬୮,୬୨ ଲକ୍ଷ ପେନସନଭୋଗୀ ପାଇବେ ।