ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରର ଶ୍ରୀନଗର ନିକଟ ରାଇନାୱାରୀରେ ସୁରକ୍ଷାବାହିନୀଙ୍କ ଦ୍ୱାରା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଜମ୍ମୁ-କଶ୍ମୀର ପୋଲିସ ସୂଚନା ଦେଇଛି ।
ଜମ୍ମୁ-କଶ୍ମୀର ଆଇଜିପି ସୂଚନା ଦେଇ କହିଛନ୍ତି ଯେ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ଓ ପୋଲିସ ପକ୍ଷରୁ କରାଯାଇଥିବା ମିଳିତ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଆତଙ୍କାବାଦୀ ପୂର୍ବରୁ ଅନେକ ହିଂସା ସହିତ ଜଡିତ ଥିଲେ । ସେହିପରି ଜାମ୍ମୁ-କାଶ୍ମିରୀ ପୋଲିସ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।