ତୈଳ ଦର ବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦେଶରେ ଏବେ ସପ୍ତାହରୁ ଅଧିକ ଦିନ ହେବ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଭାବେ ବଢିବାରେ ଲାଗିଛି । ଏହାକୁ କେନ୍ଦ୍ର କରି ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଘେରିଛି । ଏହାମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ତୈଳଦର ବୃଦ୍ଧିକୁ ଅଭୂତପୂର୍ବ ଦର୍ଶାଇଛନ୍ତି । ଇନ୍ଧନ ଦର ଅଭୂତପୂର୍ବ ବଢିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ସୀତାରମଣ କହିଛନ୍ତି ।

ସେହିପରି ସୀତାରମଣ ଆହୁରି କହିଛନ୍ତି ଯେ ୨୦୧୦-୧୧ ବର୍ଷରୁ ୨୦୨୧-୨୨ ବର୍ଷ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲ ଉପରେ ଲାଗୁଥିବା ସେସ ଜରିଆରେ କେନ୍ଦ୍ର ସରକାର ୧୧.୩୨ ଲକ୍ଷ କୋଟି ଟଙ୍କା ଏକତ୍ରିତ କରିଛନ୍ତି । ସେଥିମଧ୍ୟରୁ ସରକାର ଏହି ସମୟରେ ୧୧.୩୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।