ମୁମ୍ବାଇ : ବଲିଉଡ ଅଭିନେତା ବରୁଣ ଧାୱନଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବଳ ଦେଇଛନ୍ତି । ବଲିଉଡ ଅଭିନେତା ବରୁଣ ଧାୱନ ଖୁବଶୀଘ୍ର ବଲିଉଡରୁ ହଲିଉଡକୁ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।
ଏନେଇ ଏକ ସାକ୍ଷାତକାରରେ ବରୁଣ ଏହି ସୂଚନା ଦେଇଥିଲେ । ସେ କହିଥିଲେ ଯେ, ମୁଁ ଏହି ପ୍ଲାଟଫର୍ମକୁ ଭଲ ପାଏ । ଏଥିପାଇଁ ମୁଁ ମଧ୍ୟ ବହୁତ ଉତ୍ସାହିତ ଅଛି । ସୂଚନାଯୋଗ୍ୟ ଯେ, ବରୁଣଙ୍କର ଆଗକୁ କେତେକ ଫିଲ୍ମ ରହିଛି । ଯାହା ରିଲିଜ ପାଇଁ ପ୍ରସ୍ତୁତ ମଧ୍ୟ ହୋଇସାରିଛି ।