ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ

ଇସଲାମାବାଦ : ଲଣ୍ଡନରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପରେ ଆକ୍ରମଣ ହୋଇଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ରାଜନୈତିକ ସଙ୍କଟ ବେଳେ ଲଣ୍ଡନରେ ପାକ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ପାକିନ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର କର୍ମକର୍ତ୍ତା ଏହି ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ନୱାଜଙ୍କ ଝିଅଏହି ଘଟଣାକୁ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।

ଅନ୍ୟପକ୍ଷରେ କୁହାଯାଉଛି ଯେ ଏହି ଆକ୍ରମଣରେ ନୱାଜଙ୍କର ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ସେହିପରି ଅଭିଯୋଗ ହୋଇଚି ଯେ, ପାକିସ୍ତାନରେ ପିଟିଆଇ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଶାରିରୀକ ହିଂସାକୁ ସହଜରେ ଗ୍ରହଣ କରାନଯିବା ଦରକାର । ପିଟିଆଇ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏକ ଉଦାହରଣ ସୃଷ୍ଟି କରାଯିବା ଦରକାର ବୋଲି ମଧ୍ୟ କୁହାଯାଇଛି ।