ମସ୍କୋ ସହ ମେଣ୍ଟ ଭାରତକୁ ମହଙ୍ଗା ପଡିବ: ଆମେରିକା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ଥମିବାର ନା ନେଉନାହିଁ । ରୁଷ ସେନାର ମିସାଇଲ ଆକ୍ରମଣରେ ୟୁକ୍ରେନର ଅନେକ ସହର ଛାରଖାର ହେବା ସହ ଅନେକ ଜନସାଧାରଣ ମୃତ୍ୟୁବରଣ କରିଛନ୍ତି । ରୁଷର ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ମସ୍କୋ ଉପରେ ଆମେରିକା ସମେତ ଅନେକ ପାଶ୍ଚାତ ଦେଶ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ମଧ୍ୟରେ ଆମେରିକା ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ୨ ଝିଅଙ୍କୁ ମଧ୍ୟ ଆମେରିକା ପ୍ରତିବନ୍ଧକ ଲଗାଇଛି ।

ଅନ୍ୟପକ୍ଷରେ ରୁଷ-ୟୁକ୍ରେନ ପରିସ୍ଥିତିରେ ଶାନ୍ତି ପାଇଁ ପ୍ରୟାସରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରୁଛି । ତେବେ ଭାରତର ପ୍ରୟାସକୁ ନେଇ ଚିନ୍ତାପ୍ରକଟ କରୁଛି ଆମେରିକା । ଏହାମଧ୍ୟରେ ହ୍ୱାଇଟ ହାଉସର ଜାତୀୟ ଅର୍ଥନୈତିକ ପରିଷଦର ନିର୍ଦ୍ଦେଶକ ବ୍ରାଏନ ଡିଜ ଋଷ ସହ ସହଯୋଗ କରିବାକୁ ଭାରତକୁ ଚେତାବନୀ ଦେଇଛନ୍ତି । ମସ୍କୋ ସହ ବନ୍ଧୁତା ଲାଗି ଭାରତକୁ ମହଙ୍ଗା ପଡିବା ବୋଲି ସେ ଚେତାବନୀ ଦେଇଛନ୍ତି । ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅର୍ଥନୈତିକ ପରାମର୍ଶଦାତା କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ ପରେ ଉଭୟ ଚୀନ୍‌ ଏବଂ ଭାରତର ପ୍ରତିକ୍ରିୟାରେ ଆମେରିକା ନିରାଶ ହୋଇଛି ।