ଏଣିକି ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରିକସନ ଡୋଜ

ନୂଆଦିଲ୍ଲୀ : ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କୋରନା ପ୍ରିକସନ ଡୋଜ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୦ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବୁଷ୍ଟୋର ଡୋଜ ନେଇପାରିବେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଟିକା ନେବାର ୯ ମାସ ପରେ ଏହି ଡୋଜ ନେିପପାରିବେ । ଯେଉଁମାନେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି ସେମାନେ କିନ୍ତୁ ସରକାରୀ ଟିକାକରଣ କେନ୍ଦ୍ର ଗୁଡିକରେ ଜାରିରହିଥିବା ଟିକାକରଣ ମାଗଣାରେ ଜାରିରହିବ । ଏହାସହ ଦେଶରେ ଟିକାକରଣ ଆହୁରି ଜୋରଦାର କରାଯିବା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।