ମହିଳାଙ୍କୁ ଷ୍ଟାଡିୟମ ମନା

ଇରାନ : ଆଫଗାନିସ୍ତାନ ପରେ ଏବେ ଇରାନରେ ବି ଆରମ୍ଭ ହୋଇଗଲାଣି ଏକ ଛତ୍ରବାଦ ଶାସନ । ମହିଳାଙ୍କ ଉପରେ ଲାଗୁ ହେଉଛି ବିଭିନ୍ନ ପ୍ରତିବନ୍ଧକ । ପୂର୍ବରୁ ଇରାନରେ ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରତିବନ୍ଧକ ରହିଛି । ଆଉ ଏବେ ନୂଆ ନିୟମ ଲାଗୁ କରିଛନ୍ତି ସରକାର । କୌଣସି ଖେଳ ଦେଖିବା ପାଇଁ ମହିଳାଙ୍କୁ ଷ୍ଟାଡିୟମ ବାରଣ କରାଯାଇଛି । ଗତ ମାର୍ଚ୍ଚ ୯ ତାରିଖରେ ମାସାଦର ଇମାମ ରେଜା ଫୁଟବଲ ଷ୍ଟାଡିୟମକୁ ପ୍ରବେଶ ଉପରେ କଟକଣା ଲାଗୁ କରିଥିଲେ ଇରାନ୍‌ ସରକାର । କିନ୍ତୁ ଷ୍ଟାଡିୟମ ଭିରତକୁ ପ୍ରବେଶ କରୁଥିବା ବେଳେ ଭିତରକୁ ଛାଡିନଥିଲେ ଅଧିକାରୀ । ଏପରିକି ବଳପୂର୍ବକ ସେମାନଙ୍କୁ ବାହାର କରି ଦେଇଥିଲେ । ଘଟଣାକୁ ନେଇ କ୍ଷୁବ୍ଧ ହୋଇଛି ଫିଫା । ଦାବି କରିଛଇ ତୁରନ୍ତ ସେହି ଷ୍ଟାଡିୟମରୁ ମ୍ୟାଚ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ।