BMC ଡେପୁଟି ମେୟର ପ୍ରାର୍ଥୀ ଘୋଷଣା କଲା BJD

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପାଇଁ ଡେପୁଟି ମେୟର ପ୍ରାର୍ଥୀ ନାଁ ଘୋଷଣା କରିଛି ବିଜେଡି । ବିଏମସିର ଡେପୁଟି ମେୟର ପ୍ରାର୍ଥୀ ଭାବେ ମଞ୍ଜୁଲତା କହଁରଙ୍କୁ ବିଜେଡି ସୁଯୋଗ ଦେଇଛି । ସୂଚନା ଅନୁସାରେ, ମଞ୍ଜୁଲତା କହଁର ହେଉଛନ୍ତି ୨୨ ନମ୍ବର ୱାର୍ଡର କର୍ପୋରେଟର । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସିର ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ନବନିର୍ବାଚିତ ସୁଲୋଚନା ଦାସ । ବିଏମସି କନଫରେନ୍ସ ହଲରେ ସୁଲୋଚନା ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ୬୭ ଜଣ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି