ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ଦଳର ଦ୍ରୁତ ବୋଲର ନାଥନ କୁଲଟର ନାଇଲ ଆଇପିଏଲ-୨୦୨୨ ସିଜିନରୁ ବାଦ ପଡିଛନ୍ତି । ଆହତ କାରଣରୁ ନାଇଲ ଓହରିଲେ ବୋଲି ଟିମ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ରାଜସ୍ଥାନ ୩ ମ୍ୟାଚ ଖେଳି ୨ଟି ମ୍ୟାଚ ଜିତିଛି । ଅନ୍ୟପକ୍ଷରେ ନାଇଲଙ୍କ ବଦଳ ଖେଳାଳି ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇନାହିଁ । ସୂଚନାଯୋଗ୍ୟ ଯେ, ଆଇପିଏଲ ମେଗା ନିଲାମରେ ରାଜସ୍ଥାନ କୁଲଟର ନାଇଲଙ୍କୁ ୨ କୋଟିରେ କିଣିଥିଲା । ସୂଚନାଯୋଗ୍ୟ ଯେ, ନାଥନ ନାଇଲ ହାର୍ମଷ୍ଟ୍ରିଙ୍ଗ ଆଘାତ କାରଣରୁ ଅନ୍ୟ ବାକି ମ୍ୟାଚ ଖେଳିପାରିବେ ନାହିଁ ବୋଲି ଜଣାପଡିଛି ।