୫ ରାଜ୍ୟରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଏବେ କୋଭିଡ-୧୯ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି । ତେବେ କିଛି ରାଜ୍ୟରେ ପୁଣି ଧିରେ ଧିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦିଲ୍ଲୀ ଓ ହରିୟାଣା ସମେତ ୫ ରାଜ୍ୟରେ ପୁଣି କରୋନା ଗ୍ରାଫ ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚିନ୍ତାବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଏହି ସମସ୍ତ ୫ ରାଜ୍ୟ ମାନଙ୍କୁ ସ୍ୱସ୍ଥ୍ୟ ସଚିବ ରାଜେଶ ଭୂଷଣ ପତ୍ର ଲେଖିଛନ୍ତି । ଏଥିରେ ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, କେରଳ ଓ ମିଜୋରାମ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖିଛନ୍ତି । ସେ କହିଛନ୍ତି ଯେ, ସପ୍ତାହକ ମଧ୍ୟରେ ସଂକ୍ରମଣ ବୃଦ୍ଧି ହେବା ଚିନ୍ତାଜନକ ।

ସେହିପରି ସ୍ୱାସ୍ଥ୍ୟ ସଚିବ କରୋନା ଆକ୍ରାନ୍ତଙ୍କ ଆଖପାଖରେ କ୍ଲଷ୍ଟର ନିର୍ମାଣ ସହ ଟିକାକରଣକୁ ଗୁରୁତ୍ୱ ଦେବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨ ସପ୍ତାହ ହେଲା କରୋନା ସଂକ୍ରମଣ ଧିରେ ଧିରେ ବଢି ଚାଲିଥିବା ବେଳେ କେବଳ ଦିଲ୍ଲୀରେ ଦୈନିକ ୧୧.୩୩% ମାମଲା ରହିଛି । ଏହାସହ ମହାରାଷ୍ଟ୍ରରେ ମଧ୍ୟ ଦୈନିକ ୧୦.୦୯% ସଂକ୍ରମିତ ହେବା ସହ ମିଜୋରାମରେ ସଂକ୍ରମଣର ହାର ୧୬% ସଂକ୍ରମିତ ରହିଛି । ସୂଚନାଯୋଗ୍ୟ ଯେ, ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୩,୦୬୭ ହୋଇଛି । ଦେଶରେ ସକ୍ରିୟ ସଂଖ୍ୟା ୧୧,୪୯୨ରେ ପହଞ୍ଚିଛି । ଏହାସହ ମୃତକଙ୍କ ସଂଖ୍ୟା ୫,୨୧,୫୭୩ରେ ପହଞ୍ଚିଛି ।