ବିଧାନସଭାରେ ପାରିତ ହେଲା ୫ଟି ବିଲ୍‌

ଭୁବନେଶ୍ବର( ଏସ୍ ନ୍ଯୁଜ): ବିଧାନସଭାରେ ଆଜି ୫ଟି ବିଲ୍‌ ପାରିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ୍‌ ୫ଟି ବିଲ ପାରିତ ହୋଇଛି।

ଗୃହରେ ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍‌, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ପୌର ବିଧି ସଂଶୋଧନ ବିଲ ଓ ଶିଳ୍ପ ବିବାଦ ଓଡ଼ିଶା ସଂଶୋଧନ ବିଲ ପାରିତ ହୋଇଛି। ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି।

ଏହି ସଂଶୋଧନ ମାଧ୍ୟମରେ ମୁଖ୍ୟତଃ ତିନୋଟି ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ସାଧନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି। ଏଗୁଡ଼ିକ ହେଲା ବସ୍ତି ବାସିନ୍ଦାଙ୍କ ଜୀବନଧାରଣ ମାନ ବୃଦ୍ଧି କରିବା ପାଇଁ ବସ୍ତି ଗୁଡ଼ିକରେ ମୌଳିକ ସେବା ଗୁଡ଼ିକର ବିକାଶ କରିବା, ପୌରାଂଚଳର ସମୁଦାୟ ପୁଞ୍ଜି ବ୍ୟୟର ଏକ ନିର୍ଦ୍ଧିଷ୍ଟ ଅଂଶ ଆବଣ୍ଟନର କରିବା, ରାଜ୍ୟରେ ବିଭିନ୍ନ ପ୍ରକାରର ବାଣିଜ୍ୟ ପାଇଁ ପ୍ରଚଳିତ ଥିବା ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସହଜ କରିବା ଏବଂ ପୌର ଅଧିନିୟମରେ ଥିବା କେତେକ ପୁରାତନ ବ୍ୟବସ୍ଥା ଯାହା ଆଧୁନିକ ସମୟରେ ଅନାବଶ୍ୟକ ହୋଇପଡ଼ିଛି ତାହାର ବିଲୋପ କରିବା।