ଚେଲ୍ଲାକୁମାରଙ୍କୁ ମିଳିଲାନି ଶୋଭାଯାତ୍ରା ଅନୁମତି

ଭୁବନେଶ୍ବର (ଏସ୍ ନ୍ଯୁଜ): ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଏ. ଚେଲ୍ଲା କୁମାର ୬ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଚେଲ୍ଲା କୁମାର ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । କିନ୍ତୁ ଶୋଭାଯାତ୍ରାକୁ ଅନୁମତି ଦେବାକୁ ମନା କରିଛି କମିଶନରେଟ ପୋଲିସ । ସର୍ବାଧିକ ୩ଟି ଗାଡି ନେଇ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶୋଭାଯାତ୍ରାକୁ ଅନୁମତି ନ ମିଳିବା ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦଳୀୟ କର୍ମୀ ତାଙ୍କୁ ଶୋଭାଯାତ୍ରାରେ ନେବା ଲାଗି ଆଗ୍ରହୀ ଅଛନ୍ତି । ସରକାର ଓ ପୁଲିସ ବିଭାଗ କରୋନା ଆଳ ଦେଖାଇ ଏସବୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଲି, ସଭାସମିତି କେମିତି ହେଉଛି ବୋଲିଂ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଚେଲ୍ଲାକୁମାର ପ୍ରଥମ ଥର ଓଡ଼ିଶା ଗସ୍ତ କରିଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି। କିନ୍ତୁ ପୁଲିସ ପକ୍ଷରୁ ମନା କରାଯାଇଥିବାରୁ ଆମେ ଏହାକୁ ମାନିବୁ ବୋଲି ନିରଂଜନ କହିଛନ୍ତି ।