ୟୁକ୍ରେନ ନିୟନ୍ତ୍ରଣରେ ସୁମି ସହର

ନୂଆଦିଲ୍ଲୀ: ୟୁକ୍ରେନର ସୁମି ସହର ଛାରଖାର କରିଥିବରା ରୁଷ ସୈନ୍ୟ ଏବେ ଏହି ସହରକୁ ଛାଡ଼ି ଚାଲି ଯାଇଛନ୍ତି । ରୁଷ ସୈନ୍ୟ ଯିବା ପରେ ୟୁକ୍ରେନ ସୈନ୍ୟ ସୁମି ସହରକୁ ନିଜ ନିୟନ୍ତ୍ରଣକୁ ଆଣିପାରିଛି । ଏନେଇ ସ୍ଥାନୀୟ ଗଭର୍ଣ୍ଣର ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସୁମି ସହରକୁ ଲୋକମାନେ ଫେରନ୍ତୁ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରୁଷ ସେନା ସୁମି ସହରକୁ ଛାଡ଼ିବା ପୂର୍ବରୁ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜିଥିବାରୁ ସେଠାରେ ବିପଜ୍ଜନକ ରହିଛି । ଅନ୍ୟପକ୍ଷରେ ୟୁକ୍ରେନ ସୈନ୍ୟ ବିଭିନ୍ନ ଅଞ୍ଚଳ ବୁଲି ଲ୍ୟାଣ୍ଡ ମାଇନଗୁଡ଼ିକୁ ନିଷ୍କ୍ରିୟ କରୁଛନ୍ତି । ତେବେ ଏ ସଂପର୍କରେ ଗଭର୍ଣ୍ଣର ଡିମିଟ୍ରୋ ଝିଭିଟସ୍କି କହିଛନ୍ତି ଯେ, ସହର ସମ୍ପୂର୍ଣ୍ଣ ସୁରକ୍ଷିତ ହେବା ପରେ ଲୋକଙ୍କୁ ଏସମ୍ପର୍କରେ ସୂଚନା ଦିଆଯିବ ଏବଂ ସେମାନେ ନିଜନିଜ ଘରକୁ ଫେରିପାରିବେ ।