ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୦ ଦିନରୁ ଅଧିକ ହେବ ଲଢେଇ ଚାଲିଛି । ରୁଷ ଆକ୍ରମଣରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ସହ ଅନେକ ଧନଜୀବନ ନଷ୍ଟ ହେଲାଣି । ଏହା ଭିତରେ ରୁଷ ଆକ୍ରମଣରେ ୟୁକ୍ରେନ ରାଜଧାନୀ କିଭର ଏକ ମଶାଣୀରୁ ୧୨୨୨ ମୃତଦେହ ଉଦ୍ଧାର ହେବା ପରେ ଆହୁରି ଆକ୍ରମଣାତ୍ମକ ହୋଉଛି ୟୁକ୍ରେନ । ସେହିପରି ଯୁଦ୍ଧ ଆହୁରି ତୀବ୍ର କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଯୋଜନା କରୁଛି । ଅନ୍ୟପଟେ ରୁଷ ମଧ୍ୟ ୟୁକ୍ରେନ ଉପରେ ବଡ଼ ଆକ୍ରମଣର କରିବା ନେଇ ଯୋଜନା କରୁଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଚେତାବନୀ ଦେଇଛି ।
ସେହିପରି ଦେଶର ବିଭିନ୍ନ ସ୍ଥାନରେ ବୋମା ବର୍ଷାଇବା କାରଣରୁ ଶହ ଶହ ନାଗରକଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ହାତଗୋଡ ବାନ୍ଧି ହତ୍ୟା କରାଯାଇଛି ବୋଲି ୟୁକ୍ରେନ ଅଭିଯୋଗ କରିଛି । ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନ୍ସସ୍କି କହିଛନ୍ତି । କାରଣ ରୁଷିଆ ଆହୁରି ତୀବ୍ର ଆକ୍ରମଣ କରିବ । ସୂଚନାଯୋଗ୍ୟ ଯେ, ପୁଟିନ ଜଣେ ନୂଆ କମାଣ୍ଡର ନିଯୁକ୍ତି ଦେଇଛନ୍ତି ।
ଅନ୍ୟପଟେ ଆକ୍ରମଣରେ ସୈନିକ ମୃତ୍ୟୁ ହୋଇଥିବାରୁ ଏହାର ଅଭାବ ପୂରଣ କରିବା ପାଇ ଅବସର ନେଇଥିବା ସୈନିକମାନଙ୍କୁ ପୁଣିଥରେ ଚାକିରିରେ ପୁଣିଥରେ ଯୋଗ ଦେବାକୁ କହିଛନ୍ତି ୟୁକ୍ରେନ ସରକାର । ଏନେଇ ୟୁକ୍ରେନ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।