ପାକ ସେନାର କ୍ଷେପଣାସ୍ତ୍ର ପରୀକ୍ଷଣ

ଇସଲାମାବାଦ : ପାକିସ୍ତାନ ସେନା ପକ୍ଷରୁ ସାହିନ-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ର ୨୭୫୦ କିମି ମଧ୍ୟରେ ଶତ୍ରୁପକ୍ଷର ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି । ଭାରତର ଉତ୍ତର-ପୂର୍ବ ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜ ମଧ୍ୟ ଏହାର ରେଞ୍ଜ ମଧ୍ୟରେ ଆସୁଛି ବୋଲି ଏକ ଗଣମାଧ୍ୟମ ପକ୍ଷରୁ ରିପୋର୍ଟରେ କୁହାଯାଇଛି ।