ବୀରଭୂମ ହିଂସା ଘଟଣାରେ ପୁଣି ଜଣେ ଅଭିଯୁକ୍ତ ଗିରଫ

କୋଲକାତା : ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାରେ ପୁଣି ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ସୂଚନାଯୋଗ୍ୟ ଯେ, ବୀରଭୂମରେ ୮ ଜଣଙ୍କୁ ଜୀଅନ୍ତା ଜାଳିଦେବା ଘଟଣାରେ ସିବିଆଇ ପୁଣି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ବୋଗତୁଇ ଗାଁ ନିବାସୀ ସମୀର ଶେଖ ନାଁରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତକୁ ସିବିଆଇ ପଚରାଉଚରା ପାଇଁ ଡାକିଥିଲା । ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଯେତେବେଳେ ଆମେ ପ୍ରତକ୍ଷ୍ୟଦର୍ଶୀଙ୍କ ସହିତ କଥା ହେଲୁ ସଂପୃକ୍ତ ଅଭିଯୁକ୍ତଙ୍କର ନାଁ ଆସିଥିଲା । ଅନ୍ୟପକ୍ଷରେ ଅଭିଯୁକ୍ତ ଜଣକ ଭିନ୍ନ ଭିନ୍ନ ବୟାନ ଦେଇଥିଲା ।

ସେହିପରି ଆମେ ଅଭିଯୁକ୍ତକୁ ଗରିଫ କରି ପଚରାଉଚରା କରିଛୁ । ସୂଚନାଯୋଗ୍ୟ ଯେ, ସିବିଆଇ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ମୁମ୍ବାଇରୁ ଗିରଫ କରିଥିଲା । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୨ରେ ବୋଗତୁଇ ଗାଁରେ କିଛି ଘରରେ ନିଆଁ ଲଗାଇ ଦେଇଥିଲେ । ଯାହାଫଳରେ ଏହି ଅଗ୍ନିକାଣ୍ଡରେ ଜୀଅନ୍ତା ୮ ଜଣ ଜଳି ଯାଇ ମୃତ୍ୟୁବରଣ କରିଥିଲେ ।