ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରର ସୋପିୟାଁ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସୋପିୟାଁର ବଡଗାମସ୍ଥିତ ଜେନପୁରା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ମିଳିଥିଲା । ସୂଚନା ପାଇ ସୁରକ୍ଷାବଳ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ । ସେହିପରି ଏକ ଘଟଣାରେ ଦୁଇ ଜଣ ଯବାନ ସହିଦ ହୋଇଥିବା ମଧ୍ୟ ସୂଚନା ମିଳିଛି ।