ସାମାଜିକ, ଆର୍ଥିକ, ନ୍ୟାୟିକ ନ୍ୟାୟ ପାଇବାରୁ ଅନୁସୁଚିତ ବର୍ଗ ଲୋକଙ୍କୁ ବଂଚିତ କରୁଛନ୍ତି ରାଜ୍ୟ ସରକାର
ଜାତିବିହୀନ ସମାଜ ଗଠନ ଥିଲା ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନ
ସାମାଜିକ, ଆର୍ଥିକ, ନ୍ୟାୟିକ ନ୍ୟାୟ ପାଇବାରୁ ଅନୁସୁଚିତ ବର୍ଗ ଲୋକଙ୍କୁ
ଭୁବନେଶ୍ୱର, ତା.୧୪/୦୪: ଜାତିବିହୀନ ସମାଜ ଗଠନ ଥିଲା ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନ । ଏହି ସମୟରେ ‘ଯଦି ଆମ୍ବେଦକର ନଥାନ୍ତେ ତାହାଲେ ମୁଁ ନଥାନ୍ତି’ ବୋଲି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ନିଶ୍ଚିତ ଭାବେ ସମାଜର ନିମ୍ନ ସ୍ତରରେ ବାସ କରୁଥିବା ଲୋକଙ୍କୁ ମୁଖସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟକୁ ଚରିତାର୍ଥ କରିବ । ଶାସନ କ୍ଷମତାକୁ ଆସିବାରେ ମୋଦି ସରକାର ବହୁ ଗରୀବକଲ୍ୟାଣ ଯୋଜନାକୁ ଆଜି କାର୍ଯ୍ୟକାରୀ କରିଛନ୍ତି ।ମୁଦ୍ରା ଯୋଜନାରେ ୩୪କୋଟି ଅନୁସିଚତ ବର୍ଗ ଲୋକେ ଉପକୃତ ହୋଇଛନ୍ତି ଓ ଭାରତ ସରକାର ୧୮.୬୦ଲକ୍ଷ କୋଟି ଟଙ୍କା ଋଣ ଯୋଗାଇଛନ୍ତି । ୩.୧୦କୋଟି ଅନୁସୁଚିତ ବର୍ଗ ମହିଳା ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ମାଗଣାରେ ରୋଷେଇ ଗ୍ୟାସ ପାଇଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୩୧କୋଟି ଅନସୁଚିତ ବର୍ଗ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି । ଅନସୁଚିତ ବର୍ଗ ଛାତ୍ରଛାତ୍ରୀଙ୍କ ସ୍କଲାରସିପକୁ ୨ଗୁଣା ବୃଦ୍ଧି କରାଯାଇଛି ଏବଂ ଏଥି ପାଇଁ ୭.୭ହଜାର କୋଟି ଟଙ୍କା ମୋଦି ସରକାର ଅର୍ଥ ବ୍ୟୟ କରିଛନ୍ତି । ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନୁସୁଚିତ ବର୍ଗହିତାଧିକାରୀଙ୍କୁ ୫୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଦକ୍ଷତା ବୃଦ୍ଧି ପାଇଁ ୨.୭ଲକ୍ଷ କୋଟି ଅନୁସୁଚିତ ବର୍ଗ ଯୁବକଙ୍କୁ ମାଗଣା ପ୍ରଶିକ୍ଷଣ ଯୋଗାଇ ଦିଆଯାଉଛି । ୨୦୦୦ରୁଅଧିକ ଅନୁସୁଚିତ ବହୁଳ ଗାଁମାନଙ୍କୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁଭାବେ ବିକଶିତ କରିବାକୁ ମୋଦି ସରକାର ସଂକଳ୍ପବଦଦ୍ଧ । ମୋଦି ସରକାରଙ୍କ ଅନୁସୁଚିତ ବର୍ଗଙ୍କ ବିକାଶକୁ ଗୁରୁତ୍ୱ ଓ ସେଥି ପାଇଁ ତାଙ୍କ ଦୃଢ ପ୍ରତିବଦ୍ଧତା ଓ ନିଷ୍ଠା କାରଣରୁ ରାଜ୍ୟ ବିଜେପି ତାଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୁର୍ବତନ ସାଂସଦ ଡ.ବିଭୁପ୍ରସାଦ ତରାଇ କହିଛନ୍ତି ।
ଅନ୍ୟ ପଟେ ଅନୁସୁଚିତ ବର୍ଗଙ୍କ ବିକାଶ ଓ କଲ୍ୟାଣ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ଓଡ଼ିଶା ସରକାର ବିଭିନ୍ନ ଉପାୟରେ ବାଟମାରଣା କରି ଅନ୍ୟାୟ କରୁଛନ୍ତି । ସାମାଜିକ, ଆର୍ଥିକ, ନ୍ୟାୟିକ ନ୍ୟାୟ ପାଇବାରୁ ତାଙ୍କୁ ବଂଚିତ ରଖାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବର୍ଷକୁ ଅନୁନ୍ୟ ତିନି ଅନୁଷ୍ଠିତ ହେବାକୁ ଥିବା ଆଡଭାଇଜରୀ କମିଟି ବୈଠକ ଥରଟିଏ ମଧ୍ୟ ଅନୁଷ୍ଠିତ ହେଉନାହିଁ । ରାଜ୍ୟରେ ଅନସୁଚିତ ବର୍ଗ ଲୋକଙ୍କ ପ୍ରତି ଆକ୍ରମଣ ବଢି ଚାଲିଥିବାବେଳେ ତାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ବରଂ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବାରେ ଅଧିକ ତତ୍ପରତା କରୁଛନ୍ତି । କେନ୍ଦ୍ରାପଡା, ଖେର୍ଦ୍ଧା ଜିଲ୍ଲା ବାଲୁଗାଁ, ଜଗତସିଂପୁର, କେନ୍ଦୁଝର ଜିଲ୍ଲାରେ ଦଳିତ ଲୋକମାନଙ୍କୁ ଆକ୍ରମଣ ହେବା ସତ୍ୱେ ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସ୍ଥାନିୟ ପୋଲିସ ଏନଂ ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଲଜ୍ଜାଜନକ । ରାଜ୍ୟ ସରକାରଙ୍କ ଏଭଳି ଦଳିତବିରୋଧୀ ମନୋଭାବକୁ ଆଦୈା ଗ୍ରହଣ କରାଯିବ ନାହିଁ ଏବଂ ଆଗାମୀ ଦିନରେ ଶାସକ ବିଜେଡି ଏହାର ଉଚିିତ୍ ଜବାବ୍ ପାଇବ ବୋଲି ଶ୍ରୀ ତରାଇ ଚେତାଇ ଦେଇଛନ୍ତି ।