ଡିସେମ୍ବର ୧୦ରେ କୋର୍ଟରେ ହାଜର ହେବେ ବର୍ଷା

ଭୁବନେଶ୍ୱର (ଏସ୍ ନ୍ୟୁଜ ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତିଙ୍କ ବିବାଦୀୟ ମାମଲା ଏବେ ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ସମୟରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଦିଆଯାଇଛି ।

କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ବର୍ଷାଙ୍କ ବିରୋଧରେ ଅନୁଭବ ଆଣିଥିବା ସମସ୍ତ ଅଭିଯୋଗ ଶୁଣିଛନ୍ତି କୋର୍ଟ । ଅଭିଯୋଗରେ ତଥ୍ୟ ପ୍ରମାଣ ଥିବା ନେଇ କୋର୍ଟରେ ଦର୍ଶାଗଲା ବୋଲି ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଥାଉକି, ଗତ ଅକ୍ଟୋବର ମାସ ୧୨ ତାରିଖରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି କଟକ ଏସଡିଜିଏମ କୋର୍ଟରେ ବର୍ଷା ଏକ ମାମଲା ରୁଜୁ କରିଥିଲେ । ତାଙ୍କୁ ସୁରକ୍ଷା ଦରକାର ବୋଲି କୋର୍ଟକୁ ଆବେଦନ କରିଥିଲେ।