ଡିବିଟି କାରଣରୁ ଗରୀବଶ୍ରେଣୀ ସର୍ବାଧିକ ଲାଭାନ୍ୱିତ : ସମୀର ମହାନ୍ତି

ବିତୀୟ ସମାବେଶ ଗୈାରବ ଦିବସ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଯଶ୍ୱସୀ ପ୍ରଧାନମନ୍ତ୍ରୀ ରାଜ୍ୟରେ ସାଧାରଣ ଗରିବ, ଦିନ ମଜୁରିଆ, ଅଶିକ୍ଷିତ, ଦଳିତ ବର୍ଗ ଓ ମହିଳାମାନଙ୍କ ଭବିଷ୍ୟତକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା,ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, କୋଠାବାଡି ନିର୍ମାଣ ଶ୍ରମିକ, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା , ଜନନୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାମାନ ଆରମ୍ଭ କରିଛନ୍ତି । ଏହି ଯୋଜନାର ସୁଫଳ ସାଧାରଣ ଲୋକେ ପାଇବା ସହିତ ତାଙ୍କ ଆର୍ଥୀକ ଅଭିବୃଦ୍ଧି ପାଇଁ ମୋଦି ସରକାର କାର୍ଯ୍ୟରତ ।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଓଡିଶାର ୭୪ଲକ୍ଷ ୨୦ ହଜାର ୬୬୫ ପରିବାର ସାମିଲ ହୋଇ ସିଧାସଳଖ ଭାବେ କେନ୍ଦ୍ରୀୟ ଆର୍ଥିକ ସହାୟତାରେ ଲାଭବାନ ହେଉଛନ୍ତି । ଏଥି ସହ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଉପକୃତ ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇ ଦେବା ମୋଦି ସରକାରଙ୍କ ଆର୍ଥିକ ପଛୁଆ ବର୍ଗଙ୍କ ବିକାଶ ପାଇଁ ଅନ୍ୟ ଏକ ପ୍ରମୁଖ ପ୍ରତିବଦ୍ଧତା ।ଏହା ବ୍ୟତୀତ ଷ୍ଟାଣ୍ଡ ଅଫ ଇଣ୍ଡିଆ ଯୋଜନା ଜରିଆରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଏସସି / ଏସଟି ଏବଂ ମହିଳାବର୍ଗଙ୍କ ପାଇଁ ୧୪୫୦୦ କୋଟି ଟଙ୍କାର ଋଣ ଯୋଗାଇ ଦେଇଛନ୍ତି ମୋଦି ସରକାର । ଡିବିଟି ଜରିଆରେ ଗରୀବଙ୍କ ବ୍ୟାଂକ ଆକାଉଂଟକୁ ସିଧାସଳଖ ଭାବେ କେନ୍ଦ୍ରୀୟ ଆର୍ଥିକ ସହାୟତା ଆସୁଥିବାରୁ ବାଟମାରଣା ଉପରେ ରୋକ ଲଗାଯାଇପାରିଛି ଏବଂ ଗରୀବଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ବାସ୍ତବ କ୍ଷେତ୍ରରେ ସଠିକ କାର୍ଯ୍ୟନ୍ୱୟନର ସମୀକ୍ଷା ଏବଂ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାଳିତ ହେଉଥିବା ସାମାଜିକ ନ୍ୟାୟ ପକ୍ଷ ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ବିତୀୟ ସମାବେଶରେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ମହାନ୍ତି ଭୁବନେଶ୍ୱରର କପିଳପ୍ରସାଦ ଏବଂ ସୁନ୍ଦରପଦା ଅଂଚଳବାସୀଙ୍କୁ ଜନଧନ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା, ମୁଦ୍ରା ଯୋଜନା, ଷ୍ଟାଣ୍ଡ ଅଫ ଇଣ୍ଡିଆ ଯୋଜନା ହିତାଧିକାରୀଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏଥି ସହିତ ସ୍ଥାନୀୟ ଅଂଚଳରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, କର୍ପୋରେଟର ମଧୁସ୍ମିତା ପ୍ରଧାନ, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।