ଅଭିନେତ୍ରୀ ମୋହିନା ମାଆ ହେଲେ

ମୁମ୍ବାଇ : ଟିଭି ସିରିଏଲ ଅଭିନେତ୍ରୀ ମୋହିନା କୁମାରୀ ସିଂ ତାଙ୍କ ଫ୍ୟାନମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଅଭିନେତ୍ରୀ ମୋହିନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ମୋହିନା ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ଗର୍ଭଧାରଣର ବିଷୟରେ ଜଣାଇଥିଲେ । ହେଲେ ଏପର୍ଯ୍ୟନ୍ତ ଅଭିନେତ୍ରୀ କି ତାଙ୍କୁ ପରିବାର ମଧ୍ୟର କୌଣସି ସୂଚନା ମିଳିନାହିଁ । ଏକ ମିଡିଆ ରିପୋର୍ଟ ଅନୁଯାୟୀ ମୋହିନା ମୁମ୍ବାଇର ଏକ ଡାକ୍ତରଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଟେଲି ଅଭିନେତ୍ରୀ ମୋହିନା କୁମାରୀ ୨୦୧୯ରେ ସୁୟଶ ରାୱତଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଗ୍ଲାମର ଦୁନିଆକୁ ବିଦାୟ ଦେଇଥିଲେ ।