ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ,ରାସ୍ତାକୁ ସିଲ କଲା ପୋଲିସ


ଭୁବନେଶ୍ୱର(ଏସ୍ ନ୍ୟୁଜ ): ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ଏଲପିଜି ଗ୍ୟାସ ଟାଙ୍କି ଫାଟିଯିବାରୁ ବିସ୍ପୋରଣ ହୋଇଥିବା ପୋଲିସ କମିଶନର କହିଛନ୍ତି। ୫ଜଣ ଏଯାବତ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତଙ୍କୁ ଏସସିବିକୁ ସ୍ଥାନାନ୍ତର କରଯାଇଛି । ଚାରିଆଡୁ ଅଂଚଳକୁ ସମ୍ପୂର୍ଣ ଘେରାବନ୍ଦୀ କରଯାଇଛି।

ଯେଉଁ ଟାଙ୍କିରେ ନିଆଁ ଲାଗିଥିଲା ତାହା ବ୍ଲାଷ୍ଟ ହୋଇଯାଇଛି । ଯଥେଷ୍ଟ ଆମ୍ବୁଲାନ୍ସ ଅଛି, ତଦନ୍ତ ପରେ ପୂରା ଘଟଣା ଜଣାପଡିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ କହିଛନ୍ତି। ତେବେ ବିସ୍ପୋରଣ ପରେ ହୁତୁ ହୁତୁ ଜଳୁଥିବା ଦେଖିବାକୁ ମିଳିଥିଲା ପେଟ୍ରୋଲ ପମ୍ପ। ଘଟଣାରେ ଆହତ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲ ସହ ଘରୋଇହସ୍ପିଟାଲକୁ ପଠାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ସ୍ଥିତି ନିୟନ୍ତ୍ରଣ ଥିବା କହିଛି ପୋଲିସ।


ତେବେ ନିଆଁ ଲିଭାଇବା ପାଇଁ ଦମକଳବାହିନୀ ପେଟ୍ରୋଲ ପମ୍ପରେ ପହଁଚିଛି। ଘଟଣା ସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିବାରେ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମବାହିନୀ ଟିମ । ଲୋକମାନଙ୍କୁ ପେଟ୍ରୋଲ ପମ୍ପର ଆଖପାଖକୁ ଯିବାକୁ ବାରଣ କରଯାଇଛି । ସର୍ବସାଧାରଣଙ୍କ ଯାତାୟାତକୁ ନେଇ ରାସ୍ତାକୁ ସିଲ କଲା ପୋଲିସ।

ପେଟ୍ରୋଲ ପମ୍ପର ବିସ୍ପୋରଣର ତୀବ୍ରତା ଅଧିକଥିବା କୁହାଯାଇଥିବା ବେଳେ ଏଠାରେ ୫୦ ରୁ ଅଧିକ ଲୋକ ମଧ୍ୟ ଉପସ୍ଥିତ ଥିବା ପ୍ରତ୍ୟକଦର୍ଶୀ କହିଛନ୍ତି । ବିସ୍ଫୋରଣରେ ଅନେକ ଗାଡ଼ି ଛିନଛତ୍ର ହୋଇଥିବା କୁହାଯାଉଛି । ଉଦ୍ଧାର କାର୍ଯ୍ୟ ଜାରିରହିଥିବା ବେଳେ ଆମ୍ବୁଲାନ୍ସ ସହ ୧୦୮ ଗାଡ଼ିବି ନିୟୋଜିତ ରହିଛି। ବିସ୍ପୋରଣ ସମୟରେ ଏଠାରେ ଅନେକ ଲୋକ ଉପସ୍ଥିତ ଥିବା ବେଳେ ଆହୁରି ଅନେକ ଲୋକ ଆହତ ହୋଇଥିବା ଅନୁମାନ କରଯାଉଛି।