ଭୁବନେଶ୍ୱରରେ ସ୍କୁଲ ବସକୁ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍

ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିପଦପୂର୍ଣ୍ଣ ଯାତ୍ରାବେଳେ ସିଜ୍ କରିଛନ୍ତି….

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ସ୍କୁଲ ବସ୍ ଉପରେ ଲାଗିଛି ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିପଦପୂର୍ଣ୍ଣ ଯାତ୍ରାବେଳେ ସିଜ୍ କରିଛନ୍ତି ଏମଭିଆଇ । ଡମଣା ଛକରୁ ସିଜ୍ ହୋଇଛି ଏହି ସ୍କୁଲ ବସ୍ । ପରମିଟ, ଇନସୁରାନ୍ସ, ପଲ୍ୟୁସନ୍, ରେଜିଷ୍ଟ୍ରେସନ୍ ନଥିବାରୁ ଚାଲାଣ କଟିଛି ।

ତେବେ ରାଜ୍ୟରେ କାଲିଠାରୁ ସ୍କୁଲ ଯାନବାହନ କଡ଼ାକଡ଼ି ଚେକିଂ ଚାଲିଛି । ପିଲାଙ୍କୁ ସ୍କୁଲ ଅପ-ଡାଉନ୍ କରୁଥିବା ଗାଡ଼ିର ହେଉଛି ଫିଟ୍‌ନେସ୍ ଟେଷ୍ଟ୍। ୨୭ତାରିଖ ଯାଏଁ ଚାଲିବ ଏହି ସ୍ପେଶାଲ ଡ୍ରାଇଭ । ଫିଟନେସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟର ହେବ ଯାଞ୍ଚ। ଏନେଇ ପରିବହନ କମିଶନର ଅରୁଣ ବୋଥ୍ରା ନିର୍ଦ୍ଦେଶ ଦେଇଛନ୍ତି ।