ମୁମ୍ବାଇ: ଆଇପିଏଲ୍ ଇତିହାସରେ ସବୁଠୁ ସଫଳ ଦୁଇ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ଗୁରୁବାର ପରସ୍ପରକୁ ଭେଟିବେ। ଚଳିତ ସିଜନରେ ଉଭୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତଥାପି ଫ୍ୟାନ୍ଙ୍କ ଆସ୍ଥା ଭାଙ୍ଗିନି । ସ୍ପେନ୍ର ଲୋକପ୍ରିୟ ଦୁଇ ଫୁଟବଲ୍ କ୍ଲବ୍ ରିୟଲ ମାଦ୍ରିଦ ଓ ବାର୍ସେଲୋନା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ଭଳି ଭାରତୀୟ କ୍ରିକେଟ୍ ପ୍ରେମୀ ମୁମ୍ବାଇ ଓ ଚେନ୍ନାଇ ଦଳ ପାଇଁ ପାଗଳ । ଫଳାଫଳ ଯାହା ହେଉ ନା କାହିଁକି, ମ୍ୟାଚ୍କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଶିଖର ଛୁଇଁବ ।
ଉଭୟ ଦଳ ଇତି ମଧ୍ୟରେ ୬ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍ ସୁପରକିଙ୍ଗ୍ସ ଗୋଟିଏ ମାତ୍ର ବିଜୟ ସହ ୨ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାର ନବମ ସ୍ଥାନ ଅକ୍ତିଆର କରିଛି । ୫ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବିଜୟ ଖାତା ଖୋଲିପାରି ନାହିଁ ।