ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଦିନକରେ ଆଉ ୨,୪୫୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୫୨,୪୨୫କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧,୫୮୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ୪,୨୫,୧୬,୬୮ରେ ପହଞ୍ଚିଛି। ଦେଶରେ କରୋନା ଆରୋଗ୍ୟ ହାର ୯୮.୭୫% ରହିଛି।