ଯୁଦ୍ଧ ଭୂମିକୁ ଯିବେ ଆମେରିକା ରାଷ୍ଟ୍ରପତି!

ରୁଷ ଆକ୍ରମଣରେ ୟୁକ୍ରେନର ଅନେକ ସହର ଛାରଖାର….

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନାହିଁ । ରୁଷ ଆକ୍ରମଣରେ ୟୁକ୍ରେନର ଅନେକ ସହର ଛାରଖାର ହେବା ସହ ଅନେକ ଧନଜୀବନ ନଷ୍ଟ ହେଲାଣି । ଏହା ମଧ୍ୟରେ ୟୁକ୍ରେନ ଗସ୍ତରେ ଯିବାକୁ ପ୍ରସ୍ତୁତ ଆରମ୍ଭ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସୂଚନାଯୋଗ୍ୟ ଯେ, ୟୁକେନକୁ ନିଜ ଅଧିକାରୀଙ୍କୁ ପଠାଇବା ନେଇ କରାଯାଇଥିବା ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ଏହା ଉପରେ ବିଚାର କରାଯାଉଛି । ଅନ୍ୟପଟେ ୟୁରୋପ ଗସ୍ତ କରିବାକୁ ସେ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି ଏକ ବୟାନରେ ୟୁକ୍ରେନ ସମର୍ଥନରେ ଆମେରିକାର ଅଧିକାରୀଙ୍କୁ କିଭ୍‌ ପଠାଯିବ କି ନାହିଁ ତାହା ସ୍ଥିର କରିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନିର୍ଦ୍ଦେଶ ପରେ ଆମେରିକାର ବରିଷ୍ଠ ଅଧିକାରୀ ଏହା ଉପରେ ଏବେ ବିଚାର କରୁଛନ୍ତି । ଏକ ରିପୋର୍ଟ ଅନୁସାରେ ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନ ଏବଂ ବିଦେଶ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କନ ମଧ୍ୟରୁ କେହି କିଭ ଯାଇପାରନ୍ତି ।