ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ଦୁଇମାସ ହେବ ଜାରି ରହିଛି । ଅନେକ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ଫିଟୁପାରୁନାହିଁ । ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନସ୍କି ଏକ ବଡ ଘୋଷଣା କରିଛନ୍ତି । ଏହି ଘୋଷଣାରେ କହିଛନ୍ତି ଯେ, ରୁଷର କଏଦୀମାନଙ୍କୁ ମୁକ୍ତ କରିବେ ଓ ଏହାର ବଦଳରେ ମାରିୟୁପୋଲରେ ୟୁକ୍ରେନ ନାଗରିକ ଓ ସୈନ୍ୟଙ୍କ ସୁରକ୍ଷିତ ଉଦ୍ଧାର କରାଯିବ ।
ପୂର୍ବରୁ ମଧ୍ୟ ରୁଷ-ୟୁକ୍ରେନ ମଧ୍ୟରେ ଏଭଳି ବୁଝାମଣ ହୋଇଥିଲା । ଉଭୟ ଦେଶ ସେଫ କରିଡର ନେଇ ସହମତି ହୋଇଥିଲେ । ଏବେ ପୁଣି ଥରେ ନିଜର ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ରାଷ୍ଟ୍ରପତି ଜେଲେନସ୍କି ବଡ ପଦକ୍ଷେପ ନେଇଛନ୍ତି । କାରଣ ମାରିୟୁପୋଲ ଅଞ୍ଚଳରେ ରୁଷୀୟ ସେନା ଦ୍ୱାରା ବ୍ୟାପକ ଭାବେ ତାଣ୍ଡବ ରଚାଯାଇଛି । ଏଠାରେ ରୁଷୀୟ ସେନାକୁ ବଡ ସଫଳତା ମିଳିଛି । ତେଣୁ ୟୁକ୍ରେନ୍ ନାଗରିକଙ୍କୁ ଉଦ୍ଧାର କରିବା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏଥିପାଇଁ ଏହି ଚ୍ୟାଲେଞ୍ଜକୁ ସାଧାରଣ କରିବା ଲକ୍ଷ୍ୟରେ ରୁଷିଆର କଏଦୀମାନଙ୍କୁ ୟୁକ୍ରେନ ଛାଡି ଦେବାକୁ ନିଷ୍ପତ୍ତି ନେଇଛି ।