ଗଟ୍‌ଖା ବିଜ୍ଞାପନରୁ ଓହରିଲେ ଖିଲାଡି ଷ୍ଟାର

ବଲିଉଡ ଅଭିନେତା ଖିଲାଡି ଷ୍ଟାର ଅକ୍ଷୟ କୁମାର ଏକ….

ମୁମ୍ବାଇ: ବଲିଉଡ ଅଭିନେତା ଖିଲାଡି ଷ୍ଟାର ଅକ୍ଷୟ କୁମାର ଏକ ଗୁଟଖା ବିଜ୍ଞାପନରେ ଶାହରୁଖ ଖାନ୍‌ ଓ ଅଜୟ ଦେବଗନଙ୍କ ସହିତ ନଜରକୁ ଆସିଛନ୍ତି । ଶାହରୁଖ ଓ ଅଜୟ ଦେବଗନଙ୍କୁ ନେଇ କିଛି ଆପତ୍ତି ହୋଇ ନଥିବା ବେଳେ ଅକ୍ଷୟ କୁମାରଙ୍କୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଲୋକଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଥିବା ଅକ୍ଷୟ କୁମାର ଏକ ବଡ ଘୋଷଣା କରିଛନ୍ତି । ଅକ୍ଷୟ ନିଜର ପ୍ରଶଂସକଙ୍କୁ କ୍ଷମା ମାଗିବା ସହ ଏହି ବିଜ୍ଞାପନରୁ ଓହରି ଯିବା ନେଇ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, ସେ ଗୁଟଖା ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସଡର ରହିବେ ନାହିଁ । ସେହିପରି ଖିଲାଡୀ ଷ୍ଟାର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ମତେ କ୍ଷମା କରିଦିଅନ୍ତୁ । ମୁଁ ଆପଣମାନଙ୍କୁ କ୍ଷମାମାଗୁଛି ଯେ ମୋର ସମସ୍ତ ପ୍ରଶଂସକ ଓ ଶୁଭଚିନ୍ତକଙ୍କ ପ୍ରତିକ୍ରିୟା ବହୁତ ପ୍ରଭାବିତ କରିଛି । ଆଉ ତମାଖୁ ସଂପର୍କିତ ବିଜ୍ଞାପନ କରିବି ନାହିଁ ବୋଲି ସୂଚନା ଦେଇଛନ୍ତି ।