ଡବ୍ଲ୍ୟୁଏଚଓର ମହାସଚିବଙ୍କ ନାମକରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ମହାସଚିବ ଡା.ଟେଡ୍‌ରୋସ ଅଦନୋମ ଘେବିୟସଙ୍କ ଗୁଜରାଟୀ ନାମକରଣ କରିଛନ୍ତି । ଟେଡ୍‌ରୋସଙ୍କ ନାମ ‘ତୁଳସୀ ଭାଇ’ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ମହାତ୍ମା ମନ୍ଦିରରେ ୩ ଦିବସୀୟ ବୈଶ୍ୱିକ ଆୟୁଷ ନିବେଶ ଓ ନବାଚାର ସମ୍ମିଳନୀ ଉଦଘାଟନ ଅବସରରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଡବ୍ଲ୍ୟୁଏଚଓର ମହାସଚିବ ମୋର ଜଣେ ଭଲ ମିତ୍ର

। ସେ ଯେତେବେଳେ ବି ଦେଖା ହୁଅନ୍ତି ଗୋଟିଏ କଥା କୁହନ୍ତି ଯେ ମୋଦି ଜୀ ମୁଁ ଆଜି ଯେଉଁଠି ଅଛି ତା’ ପଛରେ ଭାରତୀୟ ଗୁରୁଙ୍କର ବଡ ହାତ ରହିଛି । ଆଜି ଯେତେବେଳେ ଦେଖାହେଲେ କହିଲେ କି ମୁଁ ନିଶ୍ଚିତରୂପେ ଗୁଜରାଟୀ ହୋଇଗଲି । ସେ ମୋତେ କହିଲେ ମୋ ନାମ ଗୁଜରାଟୀ ରଖି ଦିଅନ୍ତୁ । ସେଥିପାଇଁ ମୁଁ ଆଜି ମହାତ୍ମା ଗାନ୍ଧୀଙ୍କ ପବିତ୍ର ଭୂମିରୁ ମୋର ଏହି ପରମ ମିତ୍ରଙ୍କୁ ‘ତୁଳସୀ ଭାଇ’ ଡାକିବି ।