ପାପ ସଂପର୍କରୁ ଜନ୍ମନେବାକୁ ଥିବା ଶିଶୁର ମା’ ହେବାକୁ ଚାହୁଁନାହାନ୍ତି ଯୁବତୀ

ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରି ଶାରିରୀକ ସଂପର୍କ, ପୀଡିତା ୧୨ ମାସର ଗର୍ଭବତୀ

ବିଲାସପୁର: ମନ୍ଦିରାସୌଦ ଅଞ୍ଚଳର ଜଣେ ଯୁବକଙ୍କ ସହିତ ଯୁବତୀଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଜଣେ ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରି ଶାରିରୀକ ସଂପର୍କ ରଖାଯାଇଛି । ଏଥିରେ ଯୁବତୀ ଜଣକ ଗର୍ଭବତୀ ହୋଇଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଶାରୀରିକ ସଂପର୍କ ରଖିଥିଲା । ଏବେ ଯୁବତୀ ମାନସିକ ଭାବେ ଦୁର୍ବଳ ହୋଇଛନ୍ତି ।

ସେହିପରି ପାପ ସଂପର୍କରୁ ଜନ୍ମନେବାକୁ ଥିବା ଶିଶୁର ମା’ ହେବାକୁ ଚାହୁଁନାହାନ୍ତି ଯୁବତୀ ଜଣକ । ଏବେ ପୀଡିତା ୧୨ ମାସର ଗର୍ଭବତୀ ହୋଇଥିଲା ବେଳେ ଗର୍ଭ ନଷ୍ଟ ପାଇଁ ଅନୁମତି ମାଗିଛନ୍ତି । ସେ କହିଛନ୍ତି ଯେ, ଅଭିଯୁକ୍ତର ପାପ ଗର୍ଭରେ ରଖି ହଇରାଣ କାହିଁକି ହେବି ।

ସୂଚନାଯୋଗ୍ୟ ବିଗତ ୧୨ ସପ୍ତାହ ହେବ ସେ ପେଟରେ ସନ୍ତାନକୁ ଅତିକଷ୍ଟରେ ଧରିଛନ୍ତି ଯୁବତୀ ଜଣକ । ତେବେ ସହର ଉପକଣ୍ଠ ଏକ ଗାଁର ଯୁବତୀଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିଲା । ମଦପିଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଅଶ୍ଲୀଳ ଭିଡିଓ ପ୍ରସ୍ତତ କରି ଏହାକୁ ଭାଇରାଲ କରିବାକୁ କହି ବାରମ୍ବାର ଶାରୀରିକ ସଂପର୍କ ରଖୁଥିଲା । ଏବେ ପୀଡିତା ମା’ ହେବାକୁ ଯାଉଛନ୍ତି । ସେ କିନ୍ତୁ ଜିଲ୍ଲାପାଳଙ୍କୁ ଗର୍ଭନଷ୍ଟ କରିବା ପାଇଁ ଅନୁମତି ମାଗିଛନ୍ତି ।