ଏଣିକି ମାସ୍କ ନ ପିନ୍ଧିଲେ ୫୦୦ ଜୋରିମାନା

ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବା ସହ ପୁଣି କଟକଣା ଲାଗିବା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବା ସହ ପୁଣି କଟକଣା ଲାଗିବା ଆରମ୍ଭ ହୋଇଯାଇଛି । ଏନେଇ ଦିଲ୍ଲୀ ବିପର୍ଯ୍ୟୟ ପ୍ରସମନ ପ୍ରାଧିକରଣ (ଡିଡିଏମଏ) ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସୋସିଆଲ ଡିଷ୍ଟାନସିଂ ସମେତ ସାନିଟାଇଜର ଓ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଦିଆଯାଇଛି । ସେହିପରି ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କଠାରୁ ୫ଶହ ଟଙ୍କା ଜରିମାନା କରାଯିବ । ବୈଠକରେ ଜରୁରୀ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିୟର ମଧ୍ୟ ଜାରି ହୋଇଛି ।

ଏହା ଛଡା ଟେଷ୍ଟିଂ ଓ ଭାକ୍ସିନେସନ ଉପରେ ଗୁରୁତ୍ୱ ଦିଆଯାଇଛି । ଦେଶର ଅନେକ ରାଜ୍ୟ ସହ ପୁଣିଥରେ ଦିଲ୍ଲୀରେ କରୋନ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହି ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବେଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଓ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ ।