ଗୋଟିଏ ଦିନରେ ଦୁଇ କ୍ଷେପଣାସ୍ତ୍ର ପରୀକ୍ଷଣ

ଗୋଟିଏ ଦିନରେ ସଫଳତାର ସହ ଦମ ଦେଖାଇଲା ବ୍ରହ୍ମାସ୍ତ୍ର…..

ନୂଆଦିଲ୍ଲୀ : ଗୋଟିଏ ଦିନରେ ସଫଳତାର ସହ ଦମ ଦେଖାଇଲା ବ୍ରହ୍ମାସ୍ତ୍ର କ୍ଷେପଣାସ୍ତ୍ର । ପ୍ରଥମେ ଫ୍ଲାଇଟ ଟେଷ୍ଟ ପରେ ନୌସେନା ପାଇଁ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ପୂର୍ବ ସମୁଦ୍ରିକ ଅଞ୍ଚଳରେ ଯୁଦ୍ଧ ଜାହଜ ଦିଲ୍ଲୀରୁ ଏହି ପରୀକ୍ଷଣ କରାଯାଇଥିଲା । ଫ୍ରଣ୍ଟଲାଇନ ପ୍ଲାଟଫର୍ମରୁ ଇଣ୍ଟିଗ୍ରେଟେଡ ନେଟୱାର୍କ-ସେଣ୍ଟ୍ରିକ ଅପରେସନ୍ସର ବୈଧତା ସହ ବ୍ରହ୍ମାସ୍ତ୍ରର ଟେଷ୍ଟ ସଫଳ ହୋଇଛି । ତେବେ ବ୍ରହ୍ମାସ୍ତ୍ରର ଏହା ଏକ ପରିବର୍ଦ୍ଧିତ ବା ଅଧିକ ଦୂରଗାମୀ ଲକ୍ଷ୍ୟ ଭେଦ କ୍ଷମତା ସମ୍ପର୍ଣ୍ଣ ନୂଆ ନାଭାଲ ଭର୍ସନ ଥିଲା । ପୂର୍ବରୁ ବାୟୁସେନାର ଏକ ବ୍ରହ୍ମାସ୍ତ୍ର କ୍ଷେପଣାସ୍ତ୍ରର ଉତକ୍ଷେପଣ କରାଯାଇଥିଲା । ଏହା ନୌସେନାର ଏକ ସେବାନିବୃତ ଜାହାଜ ଟାର୍ଗେଟକୁ କରି ନଷ୍ଟ କରିବାରେ ସଫଳ ହୋଇଥିଲା । ନୌସେନାର ସମନ୍ୱୟରେ ଏହି ପରୀକ୍ଷଣ ସଫଳ ହୋଇଥିବା ବାୟୁସେନା ଘୋଷଣା କରିଥିଲା ।