ସାଧାରଣ ନିର୍ବାଚନ ପୂର୍ବରୁ ସଶକ୍ତ ହେବ ବିଜେଡି

ସାଧାରଣ ନିର୍ବାଚନ ପୂର୍ବରୁ ସଶକ୍ତ ହେବ ବିଜେଡି , ବଦଳିବେ…

ସାଧାରଣ ନିର୍ବାଚନ ପୂର୍ବରୁ ସଶକ୍ତ ହେବ ବିଜେଡି ।ବଦଳିବେ ପର୍ଯ୍ୟବେକ୍ଷକ, ବଦଳିବେ ଜିଲ୍ଲା ସଭାପତି ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଘାରିଛି ସଂଗଠନ ଚିନ୍ତା ତେଣୁ ଖୁବ ଶୀଘ୍ର ହେବାକୁ ଯାଉଛି ନବକଳେବର । ସାଧାରଣ ନିର୍ଵାଚନ ପୂର୍ବରୁ ସଂଗଠନକୁ ସଶକ୍ତ କରିବାକୁ ଅଂଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା କିଛିଦିନ ମଧ୍ୟରେ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କ ମଧ୍ୟରେ ଅଦଳବଦଳ କରିବେ ନବୀନ ,ସେଥିପାଇଁ ଚାଲିଛି ଅଙ୍କ କସା । ବିଜେଡି ସଂଗଠନରେ ଥିବା ଫାଟ ଏବେ ଜଳ ଜଳ ହୋଇ ଦିଶୁଛି, ଯାହାର ପ୍ରମାଣ ପଂଚାୟତ ଓ ପୌର ନିର୍ଵାଚନରେ ମିଳିଛି । ଦଳ ସିନା ପଂଚାୟତ ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଛି କିନ୍ତୁ ସଂଗଠନରେ ଥିବା ଦୁର୍ବଳତା ପଦାରେ ପଡିଛି । ଉଭୟ ନିର୍ବାଚନରେ ଦଳରେ ଭିତରକୁ ବିଜେଡ଼ିକୁ ବିଦ୍ରୋହର ସାମ୍ନା କରିବାକୁ ପଡିଛି l ଅନେକ ସ୍ଥାନରେ ବିଦ୍ରୋହୀ ପାର୍ଥି ସାମ୍ନାକୁ ଆସିଥିଲେ । ଏମିତିକି ଦଳୀୟ କାର୍ଯ୍ୟାନୁଠାନ ଭୟ ସେମାନଙ୍କୁ ପ୍ରଭାବିତ କରିନଥିଲା । କିଛିଙ୍କୁ ଦଳ କଳ ଓ କୌଶଳ ଲଗାଇ ମନାଇଥିବା ବେଳେ ଅଧିକାଂଶ ଅବୁଝା ହୋଇଗଲେ।

ବର୍ତମାନ ରାଜ୍ୟରେ ନିର୍ବାଚନ ସରିଯାଇଛି, ସମବାୟ ଓ ବ୍ରଜରାଜ ନଗର ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଅଛି ତେଣୁ ଏବେ ସଙ୍ଗଠନରେ ଥିବା ଦୁର୍ବଳତାକୁ ସଜାଡ଼ିବାର ପ୍ରକୁଷ୍ଠ ସମୟ ତେଣୁ ଅଂଟା ଭିଡିଛନ୍ତି ବିଜେଡି ସଭାପତି । ମନ୍ତ୍ରୀମଣ୍ଡଳ ଅଦଳବଦଳ, ନିଗମ ପରିବର୍ତନ ଓ ରାଜ୍ୟସଭା ପାର୍ଥି ଚୟନ ସହ ସଂଗଠନ ସଜଡା ଏକା ସାଙ୍ଗରେ କରିବାକୁ ସ୍ଥିର କରିଛି ଶାସକ ବିଜେଡି । ଗତ ନିର୍ବାଚନରେ ପ୍ରଦର୍ଶନ ଓ ଦକ୍ଷତାଭିତ୍ତିରେ ଦଳୀୟ ନେତାଙ୍କୁ ବିଭିନ୍ନ ଦାଇତ୍ୱ ବାଣ୍ଟିବେ ବିଜେଡି ସଭାପତି । ବିଜେଡିରେ ଦାଇତ୍ୱ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଏଥିପାଇଁ ଦଳ ସଜବାଜ ବି ହୋଇଛି । ଫଳାଫଳ ଅନୁଶାରେ ପର୍ଯ୍ୟରକ୍ଷକ ଓ ଜିଲ୍ଲା ସଭାପତିଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି ଦଳର ବରିଷ୍ଠ ନେତା । ଦଳର ଖରାପ ପ୍ରଦର୍ଶନ କାରଣ ଖୋଜିବା ସହ ସଂଗଠନ ମଜବୁତ କରିବା ଲାଗି ପରାମର୍ଶ ମଧ୍ୟ ମଗାଯାଉଛି । କିଛି ଦିନ ମଧ୍ୟରେ ବିଜେଡିରେ ହେବ ଆମୂଳ ଚୂଳ ପରିବର୍ତନ ବଦଳିବେ ପର୍ଯ୍ୟବେକ୍ଷକ, ସାଙ୍ଗଠନିକ ଜିଲ୍ଲା ସଭାପତି । ଏହା ନେଇ ବରିଷ୍ଠ ନେତା ଆଭାସ ଦେଇ ସାରିଲେଣି । ଯଦି ଏହି ସବୁ ଦିଗ ଉପରେ ଲକ୍ଷ କରାଯାଏ ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯଥା ଶୀଘ୍ର ଦଳର ଆମୂଳ ଚୂଳ ପରିବର୍ତନ କରିପାରନ୍ତି ।