ସୋନିଆଙ୍କୁ ଭେଟିଲେ ପାଇଲଟ

କଂଗ୍ରେସ ନେତା ସଚ୍ଚିନ ପାଇଲଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ..

ନୂଆଦିଲ୍ଲୀ: କଂଗ୍ରେସ ନେତା ସଚ୍ଚିନ ପାଇଲଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ବୈଠକରେ ରାଜସ୍ଥାନ ଓ ପାର୍ଟିରେ ନିଜ ଭୂମିକାକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଆସନ୍ତାବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ସାକ୍ଷାତ ବେଶ ଗୁରୁତ୍ୱପୂର୍ଣ୍ଣ ।

ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପଦରୁ ହଟାଇ ପାଇଲଟ ନିଜେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ, ଗତ କିଛିଦିନ ମଧ୍ୟରେ ଅନେକ ପୁରୁଖା ନେତା ପାର୍ଟି ଛାଡିଛନ୍ତି । କେବଳ ସଚ୍ଚିନ ପାଇଲଟ ହିଁ ପାର୍ଟିରେ ରହିଛନ୍ତି ।