ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପୁଣି ଥରେ ବିସ୍ଫୋରଣ ହୋଇଛି । ଆଫଗାନିସ୍ତାନରେ ଏକ ମସଜିଦରେ ବିସ୍ଫୋରଣ ହୋଇ ୫ ଜଣଙ୍କ ମୃତ୍ୟୁ ହେବା ସହ ୬୫ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନ ମଜାର-ଇ-ସରିଫରେ ଏହି ବିସ୍ଫୋରଣ ହୋଇଛି ।
ସମସ୍ତ ଆହତଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ କୁହାଯାଉଛି ।
ସେହିପରି କିଛି ଦିନ ତଳେ ଆଫଗାନିସ୍ତାନର ଏକ ସ୍କୁଲରେ ବିସ୍ଫୋରଣ ହୋଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ ।