ବେଶ ଭୟାନକ ଥିଲା ବିସ୍ପୋରଣ: ପ୍ରତ୍ୟକ୍ଷଦର୍ଶୀ

ଭୁବନେଶ୍ବର (ଏସ୍ ନ୍ଯୁଜ ): ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ଘଟିଥିବା ବେଳେ ବେଶ ଭୟାନକ ଥିଲା ଏହି ବିସ୍ପୋରଣ। ଏମିତି ଭୟାନକ ଥିଲାଯେ ଉପସ୍ଥିତ ଥିବା ଲୋକଙ୍କର ସେଠାରେ ହୋଇ କଟା ହାତ, ଗୋଡ଼ ଓ କାନ ଛିନ୍‌ଛତ୍ର ପଡ଼ିଛି। ଦେହର ମାଂସ ଓ ହାତ ଆଙ୍ଗୁଠି ମଧ୍ୟ ପଡ଼ିଥିବା ଦେଖାଯାଇଛି। ତେବେ ବିସ୍ଫୋରଣରେ କାହାରି ମୃତ୍ୟୁ ହୋଇନାହି ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି ଡିସିପି ଉମାଶଙ୍କର ଦାସ।

ସେପଟେ ପେଟ୍ରୋଲ ପମ୍ପ ବିସ୍ଫୋରଣ ସ୍ଥଳ ଆଖପାଖରେ ମଧ୍ୟ ଅନେକ କ୍ଷତି ଘଟିଛି। ବିସ୍ପୋରଣରେ ଅନେକ ଘର ଛିନ୍‌ଛତ୍ର ହୋଇଯାଇଥିବା ବେଳେ କେତେକ ଘରର ଛାତ ଭାଙ୍ଗିଛି ଓ ଝରକା ଉଡ଼ିଯାଇଛି। ଅନେକ ଘରର କାଚ ଭାଙ୍ଗି ତଳେ ପଡ଼ିଛି। ଅନେକ ଦୋକାନ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ପେଟ୍ରୋଲ୍‌ ପମ୍ପକୁ ତେଲ ‌ ପକାଇବାକୁ ଯାଇଥିଲି। ଧାଡ଼ିରେ ଛିଡ଼ା ହୋଇଥିଲୁ। ହଠାତ ପେଟ୍ରୋଲ ପମ୍ପ ଥରିବାକୁ ଆରମ୍ଭ କରିଥିଲା।ଆଉ କିଛି ବୁଝିବା ପୂର୍ବରୁ ହଠାତ ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା। ହଠାତ ଚାରିଆଡ଼ ଅନ୍ଧାର ହୋଇଗଲା ଆଉ ହୁତୁହୁତୁ ହୋଇ ଜଳିଲା ନିଆଁ । ଯିଏ ଯୁଆଡ଼େ ପାରିଲା ଦୌଡ଼ି ପଳାଇଗଲା। ସେଇଠି ଗାଡ଼ି ଛାଡ଼ି ଆମେ ପଳାଇ ଆସିଛୁ। ଭଗବାନ ଆମକୁ ବଞ୍ଚାଇ ଦେଇଛନ୍ତି ହେଲେ ସେଇଠି ଯେଉଁମାନେ ରହିଥିବେ ସେ ଭୟାବହ ବିସ୍ପୋରଣଯେ ସେମାନଙ୍କର ଅବସ୍ଥା ବେଶ ଭୟଙ୍କର ହୋଇଥିବ ବୋଲି କହିଲେ କେତେକ ପ୍ରତ୍ୟକ୍ଷଦର୍ଶୀ।