ନୂଆଦିଲ୍ଲୀ: ନାଇଜେରିଆର ରିଭର୍ସ ଷ୍ଟେଟରେ ଥିବା ଏକ ତୈଳ ବିଶୋଧନ ଡିପୋରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ପାଖାପାଖି ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନେକ ଆହତ ହୋଇଛନ୍ତି । ପେଟ୍ରୋଲିୟମ ରିସୋର୍ସ କମିଶନରଙ୍କ ଏହି ସୂଚନା ଦେଇଛନ୍ତି । ସେହିଭଳି ଏଠାରୁ ତେଲ ନେବାକୁ ଆସିଥିବା ଅନେକ ଯାନବାହନ ପୋଡି ନଷ୍ଟ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ପ୍ରଥମେ ଗୋଟିଏ ଡିପୋରେ ନିଆଁ ଲାଗିଥିଲା ଏବଂ ପରେ ଅନ୍ୟ ଏକ ଡିପୋକୁ ବ୍ୟାପି ଯାଇଥିଲା ।
ତେବେ ଏହି ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ କାରଣ ଜଣାପଡିନାହିଁ । ନାଇଜେରିଆରେ ଆଫ୍ରିକା ମହାଦେଶର ସବୁଠାରୁ ଅଧିକ ତୈଳ ଉତ୍ପାଦନ ହେଉଛି । ଅନ୍ୟପକ୍ଷରେ ନାଇଜେରିଆରେ ବେକାର ସମସ୍ୟା ଯୋଗୁ ଏଠାକାର ଲୋକମାନେ ଦୈଳ ପାଇପ ଲାଇନରୁ ତେଲ ଚୋରି କରି ବେଆଇନ ଭାବେ ବିଶୋଧନ କରୁଛନ୍ତି । ଯାହାକି ବେଳେବେଳେ ଏଭଳି ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହେଉଛି ।