ଆମ ସମ୍ବଳ ଅନୁଷ୍ଠାନ ପକ୍ଷରୁ ପଶୁପକ୍ଷୀଙ୍କ ଲାଗି ଜଳକୁଣ୍ଡ ସ୍ଥାପନ

ସାମାଜିକ ସଙ୍ଗଠନ ଆମ ସମ୍ବଳ ଅନୁଷ୍ଠାନ ତରଫରୁ ପଶୁପକ୍ଷୀଙ୍କ ଲାଗି ଜଳ କୁଣ୍ଡ ସ୍ଥାପନ ସହ ଜଳଛତ୍ର ପ୍ରତିଷ୍ଠା କରାଯାଇଛି । ଅନୁଷ୍ଠାନର ସଭାପତି……

କଟକ : ସାମାଜିକ ସଙ୍ଗଠନ ଆମ ସମ୍ବଳ ଅନୁଷ୍ଠାନ ତରଫରୁ ପଶୁପକ୍ଷୀଙ୍କ ଲାଗି ଜଳ କୁଣ୍ଡ ସ୍ଥାପନ ସହ ଜଳଛତ୍ର ପ୍ରତିଷ୍ଠା କରାଯାଇଛି । ଅନୁଷ୍ଠାନର ସଭାପତି ଡ. ସୁଶାନ୍ତ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଶେଖବଜରାର ମଙ୍ଗଳା ମନ୍ଦିର ଓ ଚଣ୍ଡୀମନ୍ଦିର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦ ନମ୍ବର ୱାର୍ଡର କର୍ପୋରେଟର ମୋନାଲିସା ଦାସ, ଆଇନଜୀବୀ ଡ. କୃଷ୍ଣଚନ୍ଦ୍ର ବେହେରା, ଜିଲ୍ଲା ବିଜେଡି ଯୁବ ସଭାପତି ସୁମନ ବେହେରା, ପରେଶ ନାଥ ଦାସ, ରୋଟାରିଆନ ବିକ୍ରମ ଦାଶ, ପଶୁପ୍ରେମୀ ତଥା ସମାଜସେବୀ ପୁଷ୍ପାଙ୍କ ବାନାର୍ଜୀ, ପ୍ରଭାତ ଆନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆମ ସମ୍ବଳର ପ୍ରତିଷ୍ଠାତା ତଥା ସମ୍ପାଦକ ମାନସ ରଞ୍ଜନ ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଉପ ସଭାପତି ପଫେସର ଆଲୋକେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଲକ୍ଷ୍ମୀଧର ଦାସ ପରିଚାଳନା କରିଥିଲେ ।