ତାତିରେ ସିଝୁଛି ସାରା ଓଡିଶା!

ତାତିରେ ସିଝୁଛି ସାରା ଓଡିଶା । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଉପରେ ରହୁଛି । ସେହିପରି ବୁଧବାର…..

ଭୁବନେଶ୍ୱର : ତାତିରେ ସିଝୁଛି ସାରା ଓଡିଶା । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଉପରେ ରହୁଛି । ସେହିପରି ବୁଧବାର ରାଜ୍ୟରେ ୪୦ ଡିଗ୍ରୀ ଉପରେ ୨୪ ସହରର ରହିଛି । ସେଥିରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ଯଥା ସୋନପୁର ସର୍ବାଧିକ ୪୪.୫ ଡିଗ୍ରୀ, ଅନୁଗୋଳ ୪୪.୧, ଝାରସୁଗୁଡା ୪୪ ଓ ବଲାଙ୍ଗିର ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ପଶ୍ଚିମଓଡିଶାର ଅନ୍ୟ କେତେକ ଜିଲ୍ଲାରେ ଏହି ହିଟ ୱେଭ ୩୦ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଏହି ହିଟ ୱେଭ ଯୋଗୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ ନଥିଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଗତ ପ୍ରାୟ ଏକ ସପ୍ତାହ ଧରି କ୍ରମାଗତ ଭାବେ ରାଜ୍ୟରେ ତାପମାତ୍ରା ଅଧିକ ରହିଥିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।