ଏନସିବି ରେଡ: ୫୦ କେଜି ହିରୋଇନ ଜବତ

ଦିଲ୍ଲୀସ୍ଥିତ ଶାହିନବାଗର ଜାମିୟା ନଗରରେ ଏନସିବିର ଦିଲ୍ଲୀ ୟୁନିଟ ୫୦ କିଲୋ…

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଶାହିନବାଗର ଜାମିୟା ନଗରରେ ଏନସିବିର ଦିଲ୍ଲୀ ୟୁନିଟ ୫୦ କିଲୋ ହିରୋଇନ ଓ ୪୭ କିଲୋ ସନ୍ଦିଗ୍ଧ ନାର୍କୋ ଜବତ କରିଛି । ଏଥିସହିତ ୩୦ ଲକ୍ଷ ଟଙ୍କା ଓ ନୋଟ ଗଣତି ମେସିନ ଜବତ କରି ଜଣକୁ ଗିରଫ କରିଥିବା ଜଣାପଡିଛି । ଏସବୁ ଏକ ଝୋଟ ବ୍ୟାଗ ଓ ଅନ୍ୟ ବ୍ୟାଗରେ ଥିବା ନେଇ ଦିଲ୍ଲୀ ଉତ୍ତରୀ କ୍ଷେତ୍ରର ଡିଡିଜି ଜ୍ଞାନେଶ୍ୱର ସିଂହ ସୂଚନା ଦେଇଛନ୍ତି । ଏହା ପଛରେ ଏକ ଅନ୍ତରାଷ୍ଟ୍ରୀୟ ସଂଗଠନର ହାତ ଥିବା ନେଇ ମଧ୍ୟ ଶ୍ରୀ ସିଂହ କହିଛନ୍ତି । ଏନସିବି ମୁତାବକ, ଏହି ହିରୋଇନ ଆଫଗାନସ୍ତାନରୁ ସମୁଦ୍ର ଓ ବୋର୍ଡର ରାସ୍ତାରେ ଅଣାଯାଇଥିଲା । ଏସବୁକୁ ଧ୍ୟାନରେ ରଖି ଏନସିବି ଏବେ ବିଭିନ୍ନ ସହରରେ ରେଡ୍‌ ମାରୁଛି ।