୬ ମାସ ପରେ ବୁଷ୍ଟର ଡୋଜ

ଦେଶରେ ପୁଣିଥରେ କରୋନା ମାମଲା ବଢିବାରେ ….

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ମାମଲା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି । ଏଥିସହିତ ଯଥାଶୀଘ୍ର ବୁଷ୍ଟର ଡୋଜ୍‌ ଦେବା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ଏବେ ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କେନ୍ଦ୍ର ସରକାର ଦ୍ୱିତୀୟ ଓ ବୁଷ୍ଟର ଡୋଜ୍‌ ମଧ୍ୟରେ ଥିବା ବ୍ୟବଧାନକୁ କମାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନ କମାଇବାକୁ ବିଶେଷଜ୍ଞ ମତାମତ ଦେଇଥିଲେ । ତେବେ ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ମଧ୍ୟ ଦାବୀ କରିଥିଲେ । ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନ ଅତି କମରେ ୬ ମାସ କରାଯାଉ ବୋଲି ପୁନାୱାଲା କହିବା ସହ ଏଥିପାଇଁ ସେ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଆଉ ଏବେ ଏହି ଗ୍ୟାପକୁ ସରକାର ୯ରୁ ୬ ମାସ କରିବାର ଘୋଷଣା ଖୁବଶୀଘ୍ର କରିପାରନ୍ତି ବୋଲି ସୂଚନା ମିଳିଛି ।