ଦେଶରେ ୩ ହଜାର ଟପିଲା ପଜିଟିଭ

ଦେଶରେ ପୁଣି ଧିରେ ଧିରେ କୋଭିଡ-୧୯ ବଢିବାରେ ଲାଗିଛି….

ନୂଆଦିଲ୍ଲୀ : ଦେଶରେ ପୁଣି ଧିରେ ଧିରେ କୋଭିଡ-୧୯ ବଢିବାରେ ଲାଗିଛି । ଦେଶରେ ୪ ଲକ୍ଷ ଟ୍ରେଣ୍ଡ୍‌ ପରେ ଦୈନକ ୨ ଲକ୍ଷ ଓ ପରେ ଦୁଇ ହଜାର ଆକ୍ରାନ୍ତ ତଳକୁ ଖସିବା ପରେ ଏବେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ ୩୩୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୬୮ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ୧୬୯୮୦ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୨୮ ହଜାର ୧୨୬ ଜଣ ସୁସ୍ଥ ହୋଇ ଫେରିବା ସହ ୫୨୩୬୯୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।