ବିଳମ୍ବରେ ଉଠିବା ମହିଳାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକର……

ସାଧାରଣତଃ ମହିଳାମାନେ ଶୀଘ୍ର ଶଯ୍ୟାତ୍ୟାଗ….

ସାଧାରଣତଃ ମହିଳାମାନେ ଶୀଘ୍ର ଶଯ୍ୟାତ୍ୟାଗ କରନ୍ତି। ଗବେଷଣାରୁ ଜଣାପଡ଼ିଛି ଯେ, ମହିଳାମାନେ ଡେରିରେ ଶଯ୍ୟା ଛାଡ଼ିଲେ ସେମାନଙ୍କୁ ମଧୁମେହ ହେବାର ଆଶଙ୍କା କମିଯାଏ। କିନ୍ତୁ, ଏ କଥା ପୁରୁଷମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ପୁରୁଷମାନେ ଡେରି ଯାଏଁ ବିଛଣାରେ ଶୋଇ ରହିଲେ ସେମାନଙ୍କର ମଧୁମେହ ରୋଗ ହେବାର ଆଶଙ୍କା ବଢିଯାଏ।

ଶୟନ ଓ ମଧୁମେହ ଭିତରେ ଥିବା ସମ୍ପର୍କ ସମ୍ବନ୍ଧରେ ଅଧିକ ଜାଣିବାକୁ ଏକ ଡଚ୍ ଗବେଷକ ଦଳ ୮୦୦ ସୁସ୍ଥ ମଧ୍ୟ-ବୟସ୍କ ପୁରୁଷ ଓ ମହିଳାଙ୍କ ଉପରେ ଅଧ୍ୟୟନ କରି ଏ କଥା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଟାଇପ୍ ଟୁ ମଧୁମେହ ଭୋଗଥିବା ଲୋକଙ୍କ ଶରୀର ଯଥେଷ୍ଟ ଇନ୍ସୁଲିନ ତିଆରି କରେ ନାହିଁ। ଯାହା କିଛି ଇନ୍ସୁଲିନ୍ ତିଆରି ହୋଇଥାଏ, ତାକୁ ବ୍ୟବହାର କରିବାକୁ ସଂଘର୍ଷ କରେ। ତେଣୁ ରକ୍ତ ଶର୍କରା ବଢିଯାଏ।

ଶୟନ ଓ ମଧୁମେହ ଭିତରେ ଥିବା ସମ୍ପର୍କ ସମ୍ବନ୍ଧରେ ଅଧିକ ଜାଣିବାକୁ ଏକ ଡଚ୍ ଗବେଷକ ଦଳ ୮୦୦ ସୁସ୍ଥ ମଧ୍ୟ-ବୟସ୍କ ପୁରୁଷ ଓ ମହିଳାଙ୍କ ଉପରେ ଅଧ୍ୟୟନ କରି ଏ କଥା କହିଛନ୍ତି। ଅଧ୍ୟୟନ ପାଇର୍ ବଛାଯାଇଥିିବା ଲୋକଙ୍କ ନିଦ୍ରା ଉପରେ ନିଘା ରଖିବାକୁ ଏବଂ ସେମାନଙ୍କ ଶରୀର ବ୍ୟବହାର କରୁଥିବା ଇନ୍ସୁଲିନ ଉକ୍ତ ଶର୍କରା ନିୟନ୍ତ୍ରଣ କରି ମଧୁମେହ ବିକାଶରେ ବାଧକ ସାଜୁଥିବା ହରମୋନ୍ ଆଦି ପରୀକ୍ଷା କରିବାକୁ ଗବେଷକମାନେ ସେମାନଙ୍କୁ ଏକ ଯନ୍ତ୍ର ପିନ୍ଧାଇଥିଲେ। ଉଲ୍ଲେଖଯୋଗ୍ୟ, ଟାଇପ୍ ଟୁ ମଧୁମେହ ଭୋଗଥିବା ଲୋକଙ୍କ ଶରୀର ଯଥେଷ୍ଟ ଇନ୍ସୁଲିନ ତିଆରି କରେ ନାହିଁ। ଯାହା କିଛି ଇନ୍ସୁଲିନ୍ ତିଆରି ହୋଇଥାଏ, ତାକୁ ବ୍ୟବହାର କରିବାକୁ ସଂଘର୍ଷ କରେ। ତେଣୁ ରକ୍ତ ଶର୍କରା ବଢିଯାଏ।