ବିରଜାଙ୍କ ରଥଯାତ୍ରାକୁ ମିଳିଲା ଗ୍ରୀନ୍ ସିଗନାଲ

କଟକ(ଏସ୍ ନ୍ୟୁଜ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା ଲାଗି ଅନୁମତି ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। କୋଭିଡ ନିୟମ ଓ କଟକଣା ମାନି ରଥଯାତ୍ରା କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Odisha Tourism : Famous pilgrimage Place | Biraja Temple

ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ୧୭ରୁ ୨୪ ଯାଏଁ ଅନୁଷ୍ଠିତ ହେବ ମା’ ବିରଜାଙ୍କ ରଥଯାତ୍ରା। ଚଳିତ ବର୍ଷ ରଥଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ ନେଇ ହାଇକୋର୍ଟରେ ପିଟିସନ ଫାଇଲ୍ ହୋଇଥିଲା। ମାମଲାର ଶୁଣାଣି କରି ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରୁ ରିପୋର୍ଟ ତଲବ କରିଥିଲେ ହାଇକୋର୍ଟ । ପରେ ବିଚାର କରି କଟକଣା ଭିତରେ ପରମ୍ପରା ରକ୍ଷା ଲାଗି କୋର୍ଟ କହିଛନ୍ତି।

ଶାରଦୀୟ ଦୁର୍ଗା ପୂଜା ଅବସରରେ ୯ ଦିନ ବ୍ୟାପୀ ମା’ ବିରଜାଙ୍କ ଚଳନ୍ତି ପ୍ରତିମା ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି । ଅନ୍ୟ କୌଣସି ଶକ୍ତି ପୀଠରେ ରଥଯାତ୍ରା ହେଉ ନଥିବା ବେଳେ କେବଳ ବିରଜାକ୍ଷେତ୍ରରେ ମା’ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।