ପୂଜା ଛୁଟି ପରେ ରାଜ୍ୟରେ ଖୋଲିବ ସ୍କୁଲ!

ଭୁବନେଶ୍ୱର(ଏସ୍ ନ୍ୟୁଜ): ପୂଜା ଛୁଟି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଆଶା । କାରଣ ସ୍କୁଲ ପରିସର ସଫା କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଏବଂ ଆସବାବପତ୍ର ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ୬ ମାସ ହେଲା ସ୍କୁଲ ବନ୍ଦ ରହିଥିବାରୁ ସଫା କରିବାକୁ ନିର୍ଦ୍ଦେଶ ଦିଆହେଇଛି ।

ତେବେ ପୂର୍ବରୁ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସେହିପରି ପୂଜା ଛୁଟି ପରେ ସ୍କୁଲ ଖୋଲିବା ନେଇ ବିଚାର ଚାଲିଥିବା କହିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ତେବେ କେବେ ସ୍କୁଲ ଖୋଲିବ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା କରାଯାଉଛି। ଶିକ୍ଷକମାନେ ସ୍କୁଲ ଆସିବାକୁ ବାଧ୍ୟତାମୂଳକ କରାଯାଇଛି।